(Go: >> BACK << -|- >> HOME <<)

Jump to content

ଚାରି ଶମ୍ଭୁ ମନ୍ଦିର

ଉଇକିପିଡ଼ିଆ‌ରୁ
(Chari sambhu templeରୁ ଲେଉଟି ଆସିଛି)
ଚାରି ଶମ୍ଭୁ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବଉଦ
Location
ସ୍ଥାନବଉଦ
Countryଭାରତ
Architecture
ଭଞ୍ଜରାଜ ବଂଶ

'ଚାରି ଶମ୍ଭୁ ମନ୍ଦିର ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବବିଷ୍ଣୁ ମନ୍ଦିର । ବଉଦ ସହରଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ସ୍ଥାନୀୟ ଲୋକେ ଯାଆଁଳା ମନ୍ଦିରକୁ ଚାରି ଶମ୍ଭୁ ମନ୍ଦିର କହନ୍ତି। ଯାଆଁଳା ମନ୍ଦିର କହିଲେ , ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ୱର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ୱର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ୱର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ । [୧]

ଇତିହାସ[ସମ୍ପାଦନା]

ଜଗତିର ଏକ ଅଂଶର ନାମ ଗନ୍ଧରାଡ଼ି। ତେଣୁ ଏହା ମଧ୍ୟ ଗନ୍ଧରାଡ଼ି ଯାଆଁଳା ମନ୍ଦିର ଭାବେ ଓଡ଼ିଶାରେ ପ୍ରସିଦ୍ଧ । ଗନ୍ଧପତି ନାମକ ଏକ ଭଞ୍ଜ ରାଜା ସେଠାରେ ନିଜର ରାଜଧାନୀ ବସାଇଥିବାରୁ ସ୍ଥାନଟିର ନାଆଁ ଗନ୍ଧରାଡ଼ି ।

ମନ୍ଦିର[ସମ୍ପାଦନା]

କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ପରଶୁରାମେଶ୍ୱର ମନ୍ଦିର ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ କରାଯାଏ । [୨] ଚାରି ଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରୋଟି ଶିବ ଲିଙ୍ଗ ପୂଜା ପାଉଛନ୍ତି : ସିଦ୍ଧେଶ୍ୱର, ଜୋଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟ ମନ୍ଦିରଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା ଦୁର୍ଗା ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ଗାଆଁ ଲାଗିଥିବା କ୍ଷେତରୁ ଏକଦା ସୁନ୍ଦର ନବଗ୍ରହ ପ୍ରତିମା ଏବଂ ଅନେକ ପ୍ରସ୍ତର କଳାର ଧ୍ୱଂସାବଶେଷ ଆବିଷୃତ ହୋଇଥିଲା । ସ୍ଥାନଟିର ଐତିହାସିକ ଗୁରୁତ୍ୱ ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]