(Go: >> BACK << -|- >> HOME <<)

Jump to content

ପ୍ରଦୀପ କୁମାର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ପ୍ରଦୀପ କୁମାର ପାଣିଗ୍ରାହୀ
ସାଂସଦ ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀଚନ୍ଦ୍ରଶେଖର ସାହୁ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୨୪
ପୂର୍ବ ଅଧିକାରୀତ୍ରିନାଥ ବେହେରା
ପର ଅଧିକାରୀବିଭୂତି ଭୂଷଣ ଜେନା
ନିର୍ବାଚନ ମଣ୍ଡଳୀଗୋପାଳପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-04-03) ୩ ଅପ୍ରେଲ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ (ନଭେମ୍ବର ୨୦୨୦ ଯାଏଁ)
ଜୀବନ ସାଥୀସୁଜାତା ପାଣିଗ୍ରାହୀ
ବାପା/ବୋଉସୁମନାଥ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।୨୦୨୪ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇ କାର୍ଯ୍ୟରତ ଅଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଦୀପ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଛନ୍ତି । ପୁର୍ବରୁ ସେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବିଜେଡିରୁ ତାଙ୍କୁ ବହିଷ୍କାର କରାଯିବା ପରେ, ୨୨ ଫେବୃଆରୀ ୨୦୨୪ରେ, ସେ ବିଜେପିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୧୩,୧୦୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ୧,୬୫,୪୭୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

ବିଧାନସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ୧୪ଶ ଓଡ଼ିଶା ବିଧାନ ସଭା ଗୋପାଳପୁର ବିଜୁ ଜନତା ଦଳ
୨୦୧୪ ୨୦୧୯ ୧୫ଶ ଓଡ଼ିଶା ବିଧାନ ସଭା ଗୋପାଳପୁର ବିଜୁ ଜନତା ଦଳ
୨୦୧୯ ୨୦୨୪ ୧୬ଶ ଓଡ଼ିଶା ବିଧାନ ସଭା ଗୋପାଳପୁର ବିଜୁ ଜନତା ଦଳ

ଲୋକସଭା ସାଂସଦ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୨୪ ଏବେଯାଏଁ ୧୮ଶ ଲୋକ ସଭା ବ୍ରହ୍ମପୁର ଭାରତୀୟ ଜନତା ପାର୍ଟି

ବିବାଦ[ସମ୍ପାଦନା]

ଦୁର୍ନିତି ଅଭିଯୋଗରେ ପ୍ରଦୀପଙ୍କୁ ୨୯ ନଭେମ୍ବର ୨୦୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ।[୬] ସେ ତାଙ୍କର ହେବାକୁ ଥିବା ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ମଧ୍ୟ ଗିରଫ ହୋଇଥିଲେ ।[୭]

ଆଧାର[ସମ୍ପାଦନା]

  1. "The steady rise, and sharp fall of BJD lawmaker Pradeep Panigrahy". Hindustan Times (in ଇଂରାଜୀ). 5 December 2020. Retrieved 4 January 2021.
  2. ୨.୦ ୨.୧ "Shri Pradeep Kumar Panigrahy". odishaassembly.nic.in. Odisha Assembly. Retrieved 4 January 2021.
  3. "ବିଜେପିରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ: 'ନବୀନ ବାବୁ ନିଜ ସ୍ବାର୍ଥ ଲାଗି ବିଜେପି ହାତ ଛାଡ଼ିଥିଲେ'". Sambad (in ଆମେରିକୀୟ ଇଂରାଜୀ). 2024-02-22. Retrieved 2024-06-13.
  4. "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
  5. "2024 Indian General Election Results: Brahmapur (Odisha)". Election Commission of India. Retrieved 6 June 2024.
  6. "ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ - Dharitri". Dharitri Odia News. 29 November 2020. Retrieved 4 January 2021.
  7. "ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍‌ସକୁ ଦେଲେ ଲୋକାୟୁକ୍ତ | Sambad". ସମ୍ବାଦ. sambad.in. 12 December 2020. Retrieved 4 January 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Pradeep Kumar Panigrahy-ସମ୍ପର୍କିତ ମିଡ଼ିଆ