(Go: >> BACK << -|- >> HOME <<)

Jump to content

ଭାରତ ମସଲା

ଉଇକିପିଡ଼ିଆ‌ରୁ
୧୩:୩୯, ୨୬ ଅକ୍ଟୋବର ୨୦୨୩ ବେଳେ InternetArchiveBot (ଆଲୋଚନା | ଅବଦାନ) (Rescuing 1 sources and tagging 0 as dead.) #IABot (v2.0.9.5) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଭାରତ ମସଲା (ଜୟ ଭାରତ ସ୍ପାଇସେସ ପ୍ରା ଲି)
ପ୍ରକାରବେସରକାରୀ
ଶିଳ୍ପମସଲା
ପ୍ରତିଷ୍ଠିତ ସ୍ଥାନ୧୯୯୯
ପ୍ରତିଷ୍ଠାତାସୁରେନ୍ଦ୍ରନାଥ ପଣ୍ଡା
ମୁଖ୍ୟ କାର୍ଯ୍ୟାଳୟଜଗତପୁର, କଟକ
ପ୍ରମୁଖ ବ୍ୟକ୍ତି
ସୁଶାନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଆଶୁତୋଷ ପଣ୍ଡା
ଉତ୍ପାଦମସଲା
ୱେବ୍‌ସାଇଟ୍bharatmasala.in

ଭାରତ ମସଲା, ଏକ ମସଲା ବିକ୍ରିକରୁଥିବା ସଂସ୍ଥା । ଏହି ମସଲା ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀଦ୍ୱାରା ଉତ୍ପାଦିତ ହୋଇଥାଏ ।[୧] ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ଼ ୧୯୯୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ସଂସ୍ଥାର ୩ଟି କାରଖାନାରେ ୧୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରନ୍ତି । ସୁରେନ୍ଦ୍ରନାଥ ପଣ୍ଡା ଏହି ସଂସ୍ଥାର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଅଟନ୍ତି । ସୁଶାନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଆଶୁତୋଷ ପଣ୍ଡା ଆଦି ଏହି ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି । ଭାରତ ମସଲା ପକ୍ଷରୁ ମସଲା, ପାସ୍ତା, ମାକାରୋନି, ସିମାଇ, ପାମ୍ପଡ଼, ଅଟା, ବେସନ ଆଦି ୧୦୦ ପ୍ରକାର ସାମଗ୍ରୀ ବିକ୍ରି କରାଯାଏ । ଭାରତରେ ଓ ଭାରତ ବାହାରେ ଦୁବାଇ, ଓମାନ, ମାଲେସିଆ, କୁଏତ, ନେପାଳ, ବାଲାଂଦେଶ, ଶ୍ରୀଲଙ୍କା ଏବଂ ସିଙ୍ଗାପୁର ଆଦି ଦେଶରେ ଏହି ମସଲା ବିକ୍ରି ହୋଇଥାଏ ।

୨୦୧୫-୧୬ ବର୍ଷ ଓ ୨୦୧୭-୧୮ ବର୍ଷ ପାଇଁ ଭାରତ ମସଲା କମ୍ପାନୀକୁ ରାଜ୍ୟ ରପ୍ତାନି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୨][୩] ଏହି ସଂସ୍ଥା ପକ୍ଷରୁ ପ୍ରତିବର୍ଷ ଭାରତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ ।[୪]

ଆଧାର[ସମ୍ପାଦନା]

  1. "Naveen Lauds Bharat Masala". www.tathya.in. tathya.in. Archived from the original on 4 July 2019. Retrieved 4 July 2019.
  2. "ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା" (PDF). www.sambadepaper.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original (PDF) on 4 July 2019. Retrieved 4 July 2019.
  3. "ଭାରତ ମସଲାର ନୂଆ ପାସ୍ତା ପ୍ଲାଣ୍ଟ୍‌". sambad.in. ଇଷ୍ଟର୍ଣ୍ଣ ମିଡିଆ. Retrieved 4 July 2019.
  4. "ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହେଲା ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ !". kanaknews.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 4 July 2019.