(Go: >> BACK << -|- >> HOME <<)

Jump to content

ପରମାନନ୍ଦ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
୧୦:୩୫, ୧୯ ମାର୍ଚ୍ଚ ୨୦୧୬ ବେଳେ Subas Chandra Rout (ଆଲୋଚନା | ଅବଦାନ) (ଅଧିକ ତ‌ଥ୍ୟ ଦିଆଗଲା) ଙ୍କ ଦେଇ ହୋଇଥିବା ସଂସ୍କରଣ
ପରମାନନ୍ଦ ଆଚାର୍ଯ୍ୟ
ଜନ୍ମ୧୮୯୩
ବୈଦ୍ୟପୁର, ଓଡ଼ିଶା, ଭାରତ
ମୃତ୍ୟୁ୧୧ଏପ୍ରିଲ ୧୯୭୧
ବୃତ୍ତିପ୍ରତ୍ନତ‌ତ୍ତ୍ୱବିତ୍‌
ସକ୍ରିୟ ବର୍ଷ୧୯୨୪ - ୧୯୭୧
ପ୍ରସିଦ୍ଧିଓଡ଼ିଶା ଇତିହାସ ଉପରେ ଗବେଷଣା
ପୁରସ୍କାରପଦ୍ମଶ୍ରୀ

ପରମାନନ୍ଦ ଆଚାର୍ଯ୍ୟ (୧୮୯୩ - ୧୯୭୧) ଜଣେ ଭାରତୀୟ ପ୍ରତ୍ନତ‌ତ୍ତ୍ୱବିତ୍‌ ଥିଲେ ଓ ସେ ଓଡ଼ିଶାର ପୁରାତ‌ତ୍ତ୍ୱ ଉପରେ ଗବେଷଣା ଯୋଗୁ ଉଲ୍ଲେଖନୀୟ ଥିଲେ ।[୧] ଭାରତର ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ତାଙ୍କୁ ଭାରତ ସରକାର ଦେଇଥିଲେ ।[୨]

ଜୀବନୀ

ପ୍ରାକ୍ ଜୀବନ

ପରମାନନ୍ଦ ଆଚାର୍ଯ୍ୟ ଭାରତର ଓଡ଼ିଶା ପ୍ରଦେଶର ବୈଦ୍ୟପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଅମର୍ଦା ଏମ.ଇ. ସ୍କୁଲ ଶିକ୍ଷା ଓ ବାରିପଦାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ କଲିକତା (ଏବେକାର କୋଲକାତା) ବିଶ୍ୱବିଦ୍ୟାଳ‌ୟରୁ ୧୯୨୩ରେ ସମ୍ମାନ ସ‌ହିତ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ହୋଇଥିଲେ । [୧] ତଦାନ‌ନ୍ତୀନ ମୟୁରଭଞ୍ଜ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଉପଦେଶ ଅନୁସାରେ ସେ ମାସ୍ଟର ଡିଗ୍ରୀ ପଢ଼ିବା ତ୍ୟାଗ କରି ବିଖ୍ୟାତ ପ୍ରତ୍ନତ‌ତ୍ତ୍ୱବିତ୍ ରାଏ ବାହାଦୂର ରାମ‌ପ୍ରସାଦ ଚାନ୍ଦଙ୍କର ଟିମ୍‌ରେ ସନ ୧୯୨୪ରେ ଯୋଗ ଦେଲେ । ପୁରାତ‌ତ୍ତ୍ୱ ବିଷୟରେ ତାଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲେ ମଧ୍ୟ ମୟରୁଭଞ୍ଜ ରାଜ୍ୟ ସ୍ଥାପିତ ପ୍ରତ୍ନତ‌ତ୍ତ୍ୱ ବିଭାଗରେ ସେ ସନ ୧୯୨୫ରେ ଯୋଗଦାନ କଲେ ଓ ଛାତ୍ର ଭାବରେ ଡିପାର୍ଟମେଣ୍ଟରେ ରହିଲେ ।[୧]

ପେଷା

ଆଧାର

  1. ୧.୦ ୧.୧ ୧.୨ Jayanthi Rath (2015). "The Pioneering Archaeologist of Odisha" (PDF). Government of Odisha. Retrieved May 2, 2015.
  2. "Padma Shri" (PDF). Padma Shri. 2015. Retrieved November 11, 2014.