(Go: >> BACK << -|- >> HOME <<)

Jump to content

ଘଡ଼ିଭାତ

ଉଇକିପିଡ଼ିଆ‌ରୁ
୧୫:୦୭, ୨୬ ମଇ ୨୦୧୬ ବେଳେ ShitiBot (ଆଲୋଚନା | ଅବଦାନ) (→‎top: re-categorisation per [https://or.wikipedia.org/s/t0f this]) ଙ୍କ ଦେଇ ହୋଇଥିବା ସଂସ୍କରଣ

ଗାଁ ଗହଳିରେ ଆଠ ମାସ ବୟସରେ ଛୋଟ ପିଲାଙ୍କୁ ଭାତଖିଆରେ ଖୁଆ ଯାଉଥିବା ଭାତକୁ ଘଡିଭାତ କୁହାଯାଏ । ଗୋଟିଏ ମାଟି ଘଡି ବା ଆଲୁମିନିଅମ୍ ଡେକେଚିରେ ଚାଉଳ, ମୁଗଜାଇ, କଦଳୀ, ଆଳୁ, ଶିମ ପକାଇ ଚୁଲିର ରଡ ନିଆଁରେ ବସାଇ ଦିଆଯାଏ । ସେଥିରେ ଲୁଣ, ହଳଦୀ ଓ ଚିନି ଆବଶ୍ୟକ ଅନୁସାରେ ଦେଇ ସିଝାଯାଏ । ଘରେ ଥିଲେ ଓହ୍ଲେଇବା ଆଗରୁ ଅଳ୍ପ କ୍ଷୀର ବା ଘିଅ ଦିଆ ଯାଏ । ଏହି ପିଲାଙ୍କ ପାଇଁ ପୁଶ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ।

ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।