(Go: >> BACK << -|- >> HOME <<)

Jump to content

ଏସିଆନ ଗେମ୍ସ

ଉଇକିପିଡ଼ିଆ‌ରୁ
୨୩:୫୬, ୩୦ ମାର୍ଚ୍ଚ ୨୦୨୩ ବେଳେ PsubhashishBot (ଆଲୋଚନା | ଅବଦାନ) (କ୍ରୀଡା -> କ୍ରୀଡ଼ା (ବନାନ ଶୁଦ୍ଧି) (via JWB)) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)


ଏସିଆନ ଗେମ୍ସ
Abbreviationଏସିଆଡ଼
First event୧୯୫୧ , ନୂଆ ଦିଲ୍ଲୀ
Occur everyପ୍ରତି ୪ ବର୍ଷ
Last event୨୦୧୦ ଏସିଆଡ଼, ଚୀନ
PurposeMulti sport event for nations on the Asian continent

ଏସିଆନ ଗେମ୍ସ ବା ଏସୀୟ କ୍ରୀଡ଼ା ବା ଏସିଆଡ଼ ପ୍ରତି ୪ ବର୍ଷରେ ହେଉଥିବା ଏକ ବୃହତ ଖେଳ ଆୟୋଜନ। ଅଲିମ୍ପିକ ପରେ ଏସିଆଡ଼ ବିଶ୍ୱର ଦ୍ୱିତୀୟ ବୃହତ୍ତମ କ୍ରୀଡ଼ା ଆୟୋଜନ ଭାବେ ଗଣା ଯାଏ। ଅଲିମ୍ପିକ ପରି ଏଥିରେ ବି ବିଭିନ୍ନ ଖେଳର ସ୍ପର୍ଦ୍ଧାରେ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି। ଏସୀୟ କ୍ରୀଡ଼ାରେ କେବଳ ଏସିଆ ମହାଦେଶର ଦେଶମାନେ ଭାଗ ନେଇଥାନ୍ତି। ପ୍ରଥମ ଏସିଆଡ଼ ୧୯୫୧ ମସିହାରେ ନୂଆ ଦିଲ୍ଲୀଠାରେ ଆୟୋଜିତ ହୋଇଥିଲା। ଆରମ୍ଭରୁ ୧୯୭୮ ଯାଏ ଏସୀୟ କ୍ରୀଡା ମହାସଂଘ ଏହାକୁ ଆୟୋଜନ କରୁଥିଲା। ୧୯୭୮ପରଠାରୁ ଏହାର ଆୟୋଜନ ଏସୀୟ ଓଲିମ୍ପିକ ପରିଷଦ କରିଆସୁଛି। ଏହି କ୍ରୀଡା ସମାରୋହ ଅନ୍ତର୍ଜାତିକ ଅଲିମ୍ପିକ ପରଷଦଦ୍ୱାରା ସ୍ୱୀକୃତ।

ଆଧାର[ସମ୍ପାଦନା]