ସଞ୍ଜୀବ କୁମାର ମଲ୍ଲିକ
ସଞ୍ଜୀବ କୁମାର ମଲ୍ଲିକ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ଯୁଗଳ କିଶୋର ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅପ୍ରେଲ ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ପ୍ରିୟଦର୍ଶିନୀ ମଲ୍ଲିକ |
ସମ୍ପର୍କ | ମାନସ ରଞ୍ଜନ ମଲ୍ଲିକ (ଭାଇ) |
ବାପା/ବୋଉ | ହୃଦାନନ୍ଦ ମଲ୍ଲିକ (ବାପା) ଅନ୍ନପୂର୍ଣ୍ଣା ମଲ୍ଲିକ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ସଞ୍ଜୀବ କୁମାର ମଲ୍ଲିକ (ଜନ୍ମ: ୧୧ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]
ସଞ୍ଜୀବ କୁମାର ମଲ୍ଲିକ ୧୯୭୫ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଦାନନ୍ଦ ମଲ୍ଲିକ ଓ ମାଆଙ୍କ ନାମ ଅନ୍ନପୂର୍ଣ୍ଣା ମଲ୍ଲିକ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଦର୍ଶିନୀ ମଲ୍ଲିକ ।[୧] ତାଙ୍କ ବାପା ହୃଦାନନ୍ଦ ମଲ୍ଲିକ ଓ ଭାଇ ମାନସ ରଞ୍ଜନ ମଲ୍ଲିକ ଓଡ଼ିଶା ରାଜନୀତିରେ ସକ୍ରିୟ ଥାଇ ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ[ସମ୍ପାଦନା]
ସଞ୍ଜୀବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଞ୍ଜୀବ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦୀ ପ୍ରଦୀପ ନାୟକଙ୍କୁ ୩୨,୨୮୬ ଖଣ୍ଡରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଆଧାର[ସମ୍ପାଦନା]
- ↑ "Shri Sanjib Kumar Mallick". odishaassembly.nic.in. Odisha Assembly. Retrieved 24 August 2020.
- ↑ "ବିଧାନ ସଭା ପାଇଁ ବିଜେଡିରୁ କିଏ କିଏ ବିଜୟୀ ହେଲେ ଜାଣନ୍ତୁ". Prameyanews7. 23 May 2019. Archived from the original on 24 August 2020. Retrieved 24 August 2020.
- ↑ "ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ". ଧରିତ୍ରୀ. 24 May 2019. Retrieved 24 August 2020.