ଫନୀ ମହାନ୍ତି

ଉଇକିପିଡ଼ିଆ‌ରୁ
(ଫଣି ମହାନ୍ତିରୁ ଲେଉଟି ଆସିଛି)
ଫନୀ ମହାନ୍ତି
Phani Mohanty at Salandi Book Fair, Bhadrak in 2023
୨୦୨୩ ମସିହାର ସାଳନ୍ଦୀ ପୁସ୍ତକ ମେଳାରେ ଫନୀ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1944-01-25) ୨୫ ଜାନୁଆରୀ ୧୯୪୪ (ବୟସ ୮୦)
ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା
ବୃତ୍ତିକବି
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିମୃଗୟା
ବିଶାଦଯୋଗ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀପୁଷ୍ପା ମହାନ୍ତି
ସନ୍ତାନପ୍ରୀତମ ଓ ପ୍ରମୀତ

ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪)[୧] ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି ।[୨][୩] ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

୧୯୪୪ ମସିହା ଜାନୁୟାରୀ ୨୫ତାରିଖରେ ଖୋର୍ଦ୍ଧା ଜିଲା ଫକୀରପଡ଼ା ଗ୍ରାମରେ ଫନୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ରାୟମଣୀ ମହାନ୍ତି ଓ ପିତାଙ୍କ ନାମ ଭୋଳାନାଥ ମହାନ୍ତି । ପରିବାରରେ ୩ ଜଣ ପିଲାଙ୍କ ମଧ୍ୟରେ ସେ ମଝିଆ ସନ୍ତାନ୍ତ ଥିଲେ । ତାଙ୍କ ପରିବାର ସଂସ୍କୃତି ସମ୍ପନ୍ନ , ଧାର୍ମିକ ଓ ଜଗନ୍ନାଥପ୍ରେମୀ ଥିଲା । ତାଙ୍କ ବାପା ବୃତିରେ ଜଣେ ଶିକ୍ଷକ ଥିଲେ ମଧ୍ୟ ସାହିତ୍ୟ ଅନୁରାଗୀ ଥିଲେ । ସରଗଫୁଲ ନାମରେ ତାଙ୍କର ଏକ ଖଣ୍ଡକାବ୍ୟ ପ୍ରକାଶିତ ହୋଇଥିଲା । ଜେଜେବାପା ଦୟାନିଧୀ ମହାନ୍ତି, ଶାସ୍ତ୍ର ପୁରାଣରେ ଜ୍ଞାନୀ ବ୍ୟକ୍ତି ଥିଲେ । ତାଙ୍କ ଘରେ ସବୁଦିନ ସଂଧ୍ୟାରେ ଆଧ୍ୟାତ୍ମିକ ଚର୍ଚ୍ଚା ଏବଂ ରାମାୟଣ, ମହାଭାରତ, ଗୀତା ,ଭାଗବତ ଆଦି ପାଠ କରାଯାଏ ।

ଗାଁ ସ୍କୁଲରୁ ପଞ୍ଚମ ଶ୍ରେଣୀ ପାସ କରିବା ପରେ, ଚଣାହାଟ ଜନ ମନ୍ଦିର ପାଠ ପଢି଼ଥିଲେ । ସେଠାରେ ସ୍କୁଲ ବାର୍ଷିକୋତ୍ସବରେ ରାଧାମୋହନ ଗଡ଼ନାୟକଙ୍କ ଲିଖିତ କବିତା ଆବୃତ୍ତି କରେ ସେ ଗଡ଼ନାୟକଙ୍କ ଆଶୀର୍ବାଦ ଲାଭ କରିଥିଲେ । ସ୍କୁଲ ପାଠ ପଢୁଥିବା ସମୟରେ ତାଙ୍କ ବାପାଙ୍କର ପରଲୋକ ଘଟିଥିଲା ଓ ତାଙ୍କୁ ମାମୁଘରେ ରହି ପାଠ ପଢ଼ିବାକୁ ପଡି଼ଥିଲା । ୧୯୫୯ ମସିହାରେ ସେ ମାଟ୍ରିକ ପାସ କରିଥିଲେ । ଘରର ଆର୍ଥିକ ଦୂରାବସ୍ଥା ଯୋଗୁ, ତାଙ୍କୁ ୧୬ ବର୍ଷ ବୟସରେ ଟେଲିଗ୍ରାଫ୍‌ ମେସେଞ୍ଜର ଭାବରେ ଚାକିରି କରିବାକୁ ପଡ଼ିଥିଲା । କିନ୍ତୁ ସେ ଚାକିରୀରେ ଫନୀ ସନ୍ତୁଷ୍ଟ ନଥିଲେ ଓ ଟିଉସନ କରି ନିଜର ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ । ସେ ବିଜେବି କଲେଜରୁ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଉଚ୍ଚ ଶିକ୍ଷାହାସଲ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଦର୍ଶନ ଶାସ୍ତ୍ରରେ ପିଏଚଡ଼ି ହାସଲ କରିଥିଲେ ।[୫]

ବୃତ୍ତିଗତ ଜୀବନ[ସମ୍ପାଦନା]

ଅଧ୍ୟାପନାକୁ ସେ ନିଜର ବୃତ୍ତି ଭାବରେ ବାଛିଥିଲେ ଓ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରିଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଫନୀ ମହାନ୍ତି, ବହୁ କବିତା, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟ ରଚନା କରିଛନ୍ତି ।[୬]

ରଚନାବଳୀ[ସମ୍ପାଦନା]

ତାଙ୍କ ପ୍ରମୁଖ ରଚନାଗୁଡ଼ିକ ହେଲା

  • ଅହଲ୍ୟା, ୧୯୯୬
  • ମାୟା ଦର୍ପଣ, ୧୯୯୨
  • ପ୍ରିୟତମା, ୧୯୯୧
  • ରୁଚିର ନାଗର, ୧୯୯୦
  • ସ୍ୱୟ ବଂର, ୧୯୮୧
  • କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
  • ମାନଚିତ୍ର, ୧୯୭୩
  • ବିଷାଦ ଯୋଗ
  • ରୁନୁ ପାଇଁ କବିତା
  • ଲୋକଟିଏ
  • ଦିନେ ଦିନେ
  • ଅର୍ଦ୍ଧନାରୀଶ୍ୱର
  • ରୁବି ପାଇଁ କେତୋଟି କବିତା
  • ଦ୍ୱିତୀୟ ଇଶ୍ୱର
  • ଚିତ୍ର ପ୍ରତିମା
  • ମୃଗୟା
  • ବିଦଗ୍ଧ ହୃଦୟ
  • ସୁନୟନା
  • ପୁଷ୍ପଧନୁ
  • ଚିତ୍ର ନାରୀ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯[୭]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)[୮]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୭ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୦ତମ ଭୁବନେଶ୍ୱର ପୁସ୍ତକମେଳା)
  • ଗୋକର୍ଣ୍ଣିକା ସମ୍ମାନ

ଆଧାର[ସମ୍ପାଦନା]

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
  2. K. M. George (1992). Modern Indian Literature, an Anthology. Sahitya Akademi. pp. 316–. ISBN 978-81-7201-324-0. Retrieved 12 September 2012.
  3. S. N. Vikramraj Urs (1992). Commonwealth quarterly. S.N. Vikramraj Urs. Retrieved 12 September 2012.
  4. Editorial Board Pratiyogita Darpan (1 September 2010). General Knowledge Digest. Upkar Prakashan. pp. 158–. ISBN 978-81-7482-094-5. Retrieved 12 September 2012.
  5. "ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି". www.dharitri.com. ଧରିତ୍ରୀ. Archived from the original on 26 May 2024. Retrieved 26 May 2024.
  6. Kanchan Chakraberti; Dinanath Pathy (1991). Tribal art, primitivism, and modern relevance. Working Artists Association of Orissa. Retrieved 12 September 2012.
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 December 2016.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Phani Mohanty-ସମ୍ପର୍କିତ ମିଡ଼ିଆ