(Go: >> BACK << -|- >> HOME <<)

Jump to content

ସମଲେଶ୍ୱରୀ ମନ୍ଦିର

ଉଇକିପିଡ଼ିଆ‌ରୁ
ମୁଦ୍ରଣଯୋଗ୍ୟ ସଂସ୍କରଣ ଆଉ ଏଠାରେ ହୋଇପାରିବ ନାହିଁ । କଲେ ରେଣ୍ଡରିଂ ତ୍ରୁଟି ହୋଇପାରେ । ଦୟାକରି ନିଜ ବ୍ରାଉଜର ବୁକମାର୍କ ଅପଡେଟ କରନ୍ତୁ ଏବଂ ତା' ବଦଳରେ ବ୍ରାଉଜରରେ ଆଗରୁ ଥିବା ପ୍ରିଣ୍ଟ ସୁବିଧା ବ୍ୟବହାର କରନ୍ତୁ ।
ସମଲେଶ୍ୱରୀ ମନ୍ଦିର
ସମଲେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନସମ୍ବଲପୁର
Stateଓଡ଼ିଶା
Countryଭାରତ
Architecture
TypeKalinga Architecture, Hindu Temple Architecture, Stone and Limestone

ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ।[୧]

କିମ୍ବଦନ୍ତୀ

ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।


ବେଶ

ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।

ନବରାତ୍ର ଅଖଣ୍ଡ ଦୀପ

ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ଼ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତି ମାଁ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହୋଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।

ଅନ୍ୟ ପାର୍ବଣ ସବୁ

ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ ବେଶୀ ଜାକଜମକରେ ପାର୍ବଣ ହଉଥିଲେ ମଧ୍ୟ ଦୀପାବଳି , ଦଶହରା ଓ ଅନ୍ୟ ହିନ୍ଦୁ ପାର୍ବଣ , ତଥା ନୂଆଖାଇ ପରି ଗଣ ପର୍ବରେ ମଧ୍ୟ ସ୍ୱତନ୍ତ୍ର ପୂଜା ଆରାଧନା ସହ ଭୋଗର ବ୍ୟବସ୍ଥା ହୁଏ । ସମ୍ବଲପୁର ଅଞ୍ଚଳର ଅନେକ ବ୍ୟକ୍ତି ନୂଆ ଗାଡି କିଣିଲେ ଏହି ମନ୍ଦିରରେ ହିଁ ପୂଜା କଳା ପରେ ଯାଇ ଚଳେଇ ଥାଆନ୍ତି । ପୁନଶ୍ଛ କେହି ବିବାହ ଅନୁଷ୍ଠାନ କରିବା ଆଗରୁ ପ୍ରଥମ ନିମନ୍ତ୍ରଣ ମାଁ ସମଲେଇଙ୍କୁ ଦେଇ ତାଙ୍କୁନିମନ୍ତ୍ରଣ କଳା ପରେ ଅନ୍ୟମାନଙ୍କୁ ବଣ୍ଟନ ଆରମ୍ଭ କରିବାର ପ୍ରଥା ମଧ୍ୟ ରହିଛି ।

ଆଧାର

  1. "Maa Samaleswari Temple, Sambalpur". nuaodisha.com. Retrieved 26 September 2016.

ବାହାର ଆଧାର